ଭୂଲେଖ ଓଡିଶା- ନିଜ ଭୂମିର ବିବରଣୀ ଜାଣନ୍ତୁ

January 29, 2019 | By bhulekho | Filed in: bhulekh odisha.

କଣ ଆପଣ ନିଜର ଜମିର ବିବରଣୀ ଜାଣିବାକୁ ଚାହୁଁଛନ୍ତି ? ତାହେଲେ ଆପଣ ପୁରା ସଠିକ ଜାଗାରେ ଅଛନ୍ତି. କାରଣ ମୁଁ ଆଜି ଆପଣଙ୍କ ସହିତ ସେୟାର କରିବାକୁ ଯାଉଛି କି ଆପଣ କେମିତି ନିଜ ଜମିର ବିବରଣୀ Bhulekh odisha (ଭୂଲେଖ ଓଡିଶା) ର official website bhulekh.ori.nic.in  ରେ ପାଇଁ ପାରିବେ l

bhulekh odisha

ଏବେ ୨୦୧୯ ମସିହା, ଏବଂ ଏହି ଆଧୁନିକ ଯୁଗରେ ସମସ୍ତେ ନିଜର ଜମିର ବିବରଣୀ online ରେ ନିଜ ରାଜ୍ୟ ର official website ରେ ଦେଖି ପାରିବେ l ସମସ୍ତ ତଥ୍ୟ କୁ ସମ୍ପୂର୍ଣ ମାଗଣାରେ ମଧ୍ୟ ଡାଉନଲୋଡ କରିପାରିବେ l

ପୁରୁଣା ଦିନରେ ନିଜର ଜମିର ବିବରଣୀ ଜାଣିବା ପାଇଁ ତହସିଲ ଅଫିସ କୁ ଯିବାକୁ ପଡୁଥିଲା l ସମସ୍ତଙ୍କୁ ଅଫିସ ବାହାରେ ଲମ୍ବା ଧାଡି ଲଗାଇ ଠିଆ ହବାକୁ ପଡୁଥିଲା l କିନ୍ତୁ Bhulekh odisha ଲୋକଙ୍କର ଏହି ଅସୁବିଧା କୁ ଦୂର କରି ଦେଇଛିl

Also read :- Bhulekh odisha -Check your Land Records Online

Steps To Find Land Details Using Bhulekh Odisha Portal

ଏବେ ମୁଁ ଆପଣଙ୍କୁ କହିବାକୁ ଯାଉଛି କି କେମିତି ଆପଣ ନିଜର ଜମିର ବିବରଣୀ Bhulekh odisha ଦ୍ୱାରା ପାଇପାରିବେ l

ଆର.ଓ.ଆର ଦେଖିବା ପାଇଁ

  • ପ୍ରଥମେ Bhulekh Odisha ର ଅଫିସିଆଲ ୱେବ୍ସାଇଟ bhulekh.ori.nic.in କୁ visit କରନ୍ତୁ l ସର୍ବ ପ୍ରଥମେ ଏହା ଆର.ଓ.ଆର ପେଜ୍ ଖୋଲିବ l
  • ଏବେ ଯେପରି ଆପଣ ତଳ image ରେ ଦେଖି ପାରୁଛନ୍ତି ସେହିଭଳି ଭାବେ ନିଜର ଜିଲ୍ଲା, ତହସିଲ, ଗ୍ରାମ ଏବଂ ଆର.ଆଇ circle କୁ ବାଛନ୍ତୁ l

bhulekh odisha

  • ଏହା ପରେ ଆପଣ ଖତିୟାନ, ପ୍ଲଟ କିମ୍ବା ପ୍ରଜା(tenant) ଯାହାର ବି ବିବରଣୀ ଚାହୁଁଛନ୍ତି ତାହାକୁ ବାଛନ୍ତୁ l
  • ଯଦି ଆପଣ ଖତିୟାନ କିମ୍ବା ପ୍ଲଟ ବାଛିଛନ୍ତି ତାହେଲେ ତାହାର ନମ୍ବର କୁ ବାଛନ୍ତୁ ଅଥବା ଯଦି ଆପଣ ପ୍ରଜା(tenant) ବାଛିଛନ୍ତି ତାହେଲେ ପ୍ରଜାର ନାମ କୁ ବାଛନ୍ତୁl

bhulekh odisha

  • ଏହି ସବୁ କୁ ବାଛି ସାରିବା ପରେ ଆପଣ ତଳେ ୩ଟା ବିକଳ୍ପ ଦେଖି ପାରୁଥିବେ ଯେପରିକି RoR front page, RoR back page and Refresh l
  • ଯଦି ଆପଣ ଆଗ କିମ୍ବା ପଛ ପୃଷ୍ଠା ଦେଖିବାକୁ ଚାହୁଁଛନ୍ତି ତାହେଲେ କ୍ରମାନ୍ୱୟ ଭାବେ RoR front page କିମ୍ବା RoR back page କୁ ବାଛନ୍ତୁ ଏବଂ ଯଦି ଆପଣ କିଛି ଭୁଲ ତଥ୍ୟ ବାଛିଛନ୍ତି ତାହେଲେ Refresh ଉପରେ click କରନ୍ତୁ l

ମାନଚିତ୍ର ଦେଖିବା ପାଇଁ

  • ପ୍ରଥମେ bhunaksha odisha ର ଅଫିସିଆଲ ୱେବ୍ସାଇଟ୍ର bhunakshaodisha.nic.in କୁ ଯାଆନ୍ତୁ l
  • ଏହା ପରେ ଆପଣ ତଳେ ଦେଖି ପାରୁଥିବା ଭଳି ଏହାର homepage ଖୋଲିଯିବ l

bhunaksha odisha

  • ଏହା ପରେ ନିଜର ଜିଲ୍ଲା ବାଛନ୍ତୁ l ଜିଲ୍ଲା ବାଛି ସାରିବା ପରେ ଆପଣ ତଳେ ଦେଖି ପାରୁଥିବା ଭଳି ଏକ page ଓପେନ ହୋଇଯିବ l

bhunaksha odisha

  • ଏହା ପରେ ନିଜର ତହସିଲ, ଆର.ଆଇ circle ଗ୍ରାମ ଏବଂ sheet ନମ୍ବର ବାଛନ୍ତୁ l
  • ଏହି ସବୁ ତଥ୍ୟ ଦେଇ ସାରିବା ପରେ ଆପଣ ନିଜର ଜମିର ବିବରଣୀ ପାଇଁ ପାରିବେ (ଯେପରିକି ଆପଣ ତଳ image ରେ ଦେଖି ପାରୁଛନ୍ତି) l

bhunaksha odisha

 

 


Tags: ,

Leave a Reply

Your email address will not be published. Required fields are marked *